ଏବେ ମୋବାଇଲରେ ନିୟନ୍ତ୍ରଣ କରିହେବ ଏହି ଭାରତୀୟ ସ୍ମାର୍ଟଫ୍ୟାନ: ଏତିକି ରହିଛି ଦାମ୍

Tuesday, February 25, 2020

 (ବେତାର ବ୍ଯୁରୋ) ହାଭେଲ୍ସ କମ୍ପାନୀ ପକ୍ଷରୁ ଭାରତୀୟ ବଜାରରେ ଏକ ନୂଆ ସ୍ମାର୍ଟ ଫ୍ୟାନ୍ ଲଞ୍ଚ କରାଯାଇଛି। ଯାହାର ନାମ କାରନେସିଆ-୧ ରଖାଯାଇଛି। ଭାରତୀୟ ବଜାରରେ ଓ ଭାରତୀୟ କମ୍ପାନୀ ଦ୍ଵାର ପ୍ରସ୍ତୁତ ଏହା ସର୍ବ ପ୍ରଥମ ଭାରତୀୟ ସ୍ମାର୍ଟଫ୍ୟାନ ରୂପେ ବର୍ଣନା କରାଯାଉଛି , ଯାହାକୁ ମୋବାଇଲ ଫୋନରୁ ମଧ୍ୟ ନିୟନ୍ତ୍ରଣ କରିହେବ ।

 

ବୈଶିଷ୍ଟ୍ୟ

ଏହି ଫ୍ୟାନରେ ସ୍ଲିପ୍ ଓ Breeze (ବ୍ରିଜ) ନାଇଟ ମୋଡ ଦିଆଯାଇଛି, ଯାହା ଆପଣଙ୍କ ରୁମର ତାପମାତ୍ରା ଓ ଆର୍ଦ୍ରତା ଅନୁସାରେ ଫ୍ୟାନର ବେଗ ଆପେ ବଢାଇଥାଏ ।

 

ଏଥିରେ ସ୍ପିଡ଼୍ ପାଇଁ ୫ଟି ଲେଭେଲ ଦିଆଯାଇଛି। ଏହାବ୍ୟତୀତ ଏହି ଫ୍ୟାନରେ ଆପଣ ଟାଇମର ମଧ୍ୟ ଲଗାଇପାରିବେ। ଯେଉଁ ନିଦ୍ଧିଷ୍ଟ ସମୟ ପର୍ୟ୍ୟନ୍ତ ଏଥିରେ ଟାଇମର ସେଟ୍ କରିବେ ସେହିସମୟ ପରେ ଆପଣାଛାଏଁ ପଙ୍ଖାଟି ବନ୍ଦ ହୋଇଯିବ।

 

ଫ୍ୟାନର ଏହି ସବୁ ସେଟିଂକୁ ମୋବାଇଲରେ ପାଇବା ପାଇଁ ଆପଣଙ୍କୁ ହାଭେଲ୍ସର ଏକ ଆପ ଡାଉନଲୋଡ କରିବାକୁ ହେବ । ଏହି ଆପ ବ୍ୟବହାର କରି ଆପଣ ଫ୍ୟାନର ଅନେକ ସୁବିଧା ପାଇପାରିବେ ।

 

ତେବେ ଘରେ ସମସ୍ତେ ଏହି ଫ୍ୟାନକୁ ବ୍ୟବହାର କରିବା ପାଇଁ ଏହି ଫ୍ୟାନରେ ମଲ୍ଟି-ୟୁଜର ସୁବିଧା ଦିଆଯାଇଛି । ଅର୍ଥାତ ଏହି ଆପକୁ ଘରର ପ୍ରତ୍ଯେକ ସଦସ୍ୟ ନିଜ ସ୍ମାର୍ଟଫୋନରେ ଡାଉନଲୋଡ କରି ବ୍ୟବହାର କରିପାରିବେ ।

 

ଏହି ଫ୍ୟାନରେ ଆମାଜନ ଆଲେକ୍ସା ଓ ଗୁଗୁଲ ହୋମର ସପୋର୍ଟ ଦିଆଯାଇଛି। ଅର୍ଥାତ ଭଏସ୍ ମାଧ୍ୟମରେ ଗୁଗୁଲ ହୋମ ବା ଆଲେକ୍ସା ଦ୍ଵାରା ଏହି ଫ୍ୟାନକୁ ଅଫ୍ ଏବଂ ଅନ୍ କରିପାରିବେ।

 

ଏହାଛଡା ଏହି ଫ୍ୟାନରେ ଅଟୋମାଟିକ ଅଫ ଓ ଅନ ବ୍ୟବସ୍ଥା ରହିଛି । ଅର୍ଥାତ କେହି ବ୍ୟବହାର କରୁ ନ ଥିଲେ ଏହା ଆପେ ବନ୍ଦ ହୋଇଯିବ ।

 

ଦାମ୍
ଏହି ସ୍ମାର୍ଟ ପଙ୍ଖା(ଫ୍ୟାନ୍)ର ମୂଲ୍ୟ ୪ହଜାର ୫୦୦ଟଙ୍କା ରଖାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଏହା କେଉଁଠାରେ ବିକ୍ରି ପାଇଁ ଉପଲବ୍ଧ ହେବ ତାହା କମ୍ପାନୀ ସ୍ପଷ୍ଟ କରି ନାହିଁ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon