କରୋନା ଔଷଧ ପାଇଁ ଟ୍ରମ୍ଫଙ୍କ ଧମକ ପରେ ଭାରତ ଏମିତି ଆଣିଲା ନୂଆ ନିୟମ

Tuesday, April 7, 2020

(ବେତାର ବ୍ୟୁରୋ) ଟ୍ରମ୍ପ 'ପ୍ରତିଶୋଧ' ବିଷୟରେ ଚେତାବନୀ ଦେବା ପରେ ହାଇଡ୍ରକ୍ସି କ୍ଲୋରୋକାଇନ୍ ରପ୍ତାନି ଉପରେ ପ୍ରତିବନ୍ଧକକୁ ଭାରତ ସରକାର କୋହଳ କରିଛନ୍ତି ।

 

ସୂଚନାଯୋଗ୍ୟ ଯେ ଗତ ମାସରେ ଭାରତ ସରକାର ଏହାର ରପ୍ତାନି ଉପରେ କଟକଣା ଲଗାଇଥିଲେ । 

 

ଆମେରିକାରୁ ଫୋନ
 

କରୋନା ରୋଗ ପ୍ରଭାବରେ ଛନ୍ଦି ହୋଇପଡିଥିବା ଆମେରିକା ଏହାର ଚିକିତ୍ସା ପାଇଁ  ହାଇଡ୍ରୋ କ୍ଳୋରୋକୁଇନ ଔଷଧ ଉପରେ ନିର୍ଭର କରୁଛି । ଭାରତରେ ଏହା ଅଧିକ ପରିମାଣରେ ଉତ୍ପାଦିତ ହୋଇଥାଏ ବୋଲି ଜାଣିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଭାରତକୁ ଏହି ଔଷଧ ଯୋଗାଇବା ପାଇଁ ଫୋନ କରି ଥିଲେ ।  


ରାଷ୍ଟ୍ରପତି ଟ୍ରମ୍ଫ ଏକ ପ୍ରେସ ବାର୍ତ୍ତାରେ ଗତକାଲି କହିଥିଲେ ଯେ  “ମୁଁ ତାଙ୍କ ସହ (ପିଏମ ମୋଦୀ), ରବିବାର ସକାଳେ କଥା ହେଲି ଏବଂ ମୁଁ କହିଲି ଯେ ସେ ଆମର ଆବଶ୍ୟକତା କୁ (ହାଇଡ୍ରକ୍ସାଇକ୍ଲୋରୋକାଇନ୍) ଅନୁମତି ଦେଉଥିବାରୁ ଆମେ ଖୁସି । 

 

ତେବେ ଯଦି ସେ ଏହାକୁ ବାହାରକୁ ଆସିବାକୁ ଦିଅନ୍ତି ନାହିଁ, ତାହା ଠିକ୍ ହେବ, କିନ୍ତୁ ଅବଶ୍ୟ , ଏହା ବଦଳରେ ଆମେ  ପ୍ରତିଶୋଧ ନେଇପାରୁ , କାହିଁକି ହେବ ନାହିଁ ?"

 

ମଙ୍ଗଳବାର ଭାରତ ସରକାର ଏହି ଖବର ସ୍ଵୀକାର କରିଛନ୍ତି ଯେ ଏହା ହାଇଡ୍ରୋକ୍ସିକ୍ଲୋରୋକାଇନ୍ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଇ ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ ଆମ ପଡୋଶୀ ଦେଶ ତଥା ମହାମାରୀ ଦ୍ୱାରା ବିଶେଷ ପ୍ରଭାବିତ ହୋଇଥିବା କେତେକ ଦେଶକୁ ଭାରତ ଉପଯୁକ୍ତ ପରିମାଣରେ ପାରାସିଟାମୋଲ ଏବଂ HCQ ଲାଇସେନ୍ସ ଦେବ।


ସୀମିତ ପରୀକ୍ଷା 


ଯଦିଓ କରୋନା ଚିକିତ୍ସା ନିମନ୍ତେ ଏ ଯାଏଁ କୌଣସି ସଠିକ ଔଷଧ ଆବିଷ୍କୃତ ହୋଇ ନାହିଁ, ତେବେ ଆମେରିକାରେ ଏହି ରୋଗରେ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ଵ ଲୋକ ମୃତ୍ୟୁବରଣ କରିସାରିଥିବା ବେଳେ ତିନି ଲକ୍ଷରୁ ଅଧିକ ବ୍ୟକ୍ତି ଏଥିରେ ସଂକ୍ରମିତ ହୋଇଛନ୍ତି । 

 

ଏଭଳି ସ୍ଥିତିରେ ଏକ ସୀମିତ ପରୀକ୍ଷାରେ ସଫଳ ହୋଇଥିବା ମ୍ୟାଲେରିଆ ଔଷଧ ଓ ପାରାସିଟାମୋଲର ମିଳିତ ଔଷଧ ଆମେରିକାର ପରିସ୍ଥିତିରେ କିଛିଟା ସୁଧାର ଆଣିବ ବୋଲି ବିଚାର କରୁଛନ୍ତି । 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon