କେମିତି କରିବେ ହ୍ୱାଟସଆପରେ ପଠେଇଥିବା ମେସେଜ ଡିଲିଟ

Sunday, October 29, 2017

 

ହ୍ୱାଟସଆପରେ ମେସେଜ ପଠାଉଥିବା ଲୋକମାନେ ଭଲ ଭାବେ ଜାଣିଥିବେ ଯେ ଥରେ କୌଣସି ମେସେଜ, ଫଟୋ କିମ୍ବା ଭିଡିଓ କାହାକୁ  ପଠା ହୋଇଯାଇଥାଏ, ତେବେ ତାହକୁ ଡିଲିଟ କରାଯାଇପାରିବ ନାହିଁ । ବ୍ୟବହାରକାରୀ ମାନେ ଅନେକ ସମୟରେ ଭୁଲ ଲୋକଙ୍କୁ ଭୁଲ ମେସେଜ ପଠାଇବା ପରେ କେବଳ ଚିନ୍ତା ହିଁ କରନ୍ତି । ଆଉ କିଛି କରି ପାରନ୍ତି ନାହିଁ । ଏହା ଦ୍ୱାରା ଅନେକ ଲୋକଙ୍କୁ ଅପ୍ରତିକର ପରିସ୍ଥିତି ସାମନା କରିବାକୁ ପଡିଥାଏ ।

 

ବର୍ତ୍ତମାନ ହ୍ୱାଟସଆପ ଦ୍ୱାରା ଏହାକୁ ଅପଗ୍ରେଡ କରି ଏକ ନୂତନ ସେଟିଙ୍ଗକୁ ଅନ୍ତଭୁକ୍ତ କରିଛି । ଏହା ହେଉଛି “ଡିଲିଟ ଫର ଏଭ୍ରିୱାନ” ଫିଚର । ଏହାଦ୍ୱାରା ଲୋକମାନଙ୍କ ପାଖକୁ ପଠାଯାଇଥିବା ମେସେଜକୁ ଡିଲିଟ ମଧ୍ୟ କରାଯାଇ ପାରିବ । ଆଣ୍ଡ୍ରଏଡ, ଆଇଓଏସ, ଏବଂ ୱିଣ୍ଡୋଜ ପ୍ଲାଟଫର୍ମରେ ଏହି ନୂଆ ଫିଚର ଉପଲବ୍ଧ ରହିବ । ଏହା ଜରିଆରେ ଲୋକମାନଙ୍କ ପାଖକୁ ଭୁଲରେ ପଠାଇ ଦେଇଥିବା ମେସଜ ବା ଯେଉଁ ମେସେଜ ଆପଣ ପଠେଇ ସାରିଲା ପରେ ଭାବନ୍ତି ଏହା ପଠେଇବାର ନ ଥିଲା , ସେହି ମେସେଜକୁ ଡ଼ିଲିଟ କରାଯାଇପାରିବ ।

 

ତେବେ ଏଥିପାଇଁ ଏକ ସର୍ତ୍ତ ରହିଛି । ଏହି ସେଟିଂକୁ ତାଙ୍କ ଫୋନରେ ଚାଲୁ କରିଥିବା ବ୍ୟକ୍ତିମାନେ ମେସଜକୁ ପଠାଇବାର   ସାତ ମିନିଟ ଭିତରେ ଏହାକୁ ଡିଲିଟ କରି ପାରିବେ । ଲୋକମାନେ ଟେକ୍ସ ମେସେଜ ଠାରୁ ଆରମ୍ଭ କରି ଫୋଟ, ଭିଡିଓ, ଜିଆଇଏଫ ଯାହାବି କିଛି ପଠାଇଥିବେ ତାହାକୁ ଡିଲିଟ କରିପାରିବେ । ଏଥିପାଇଁ ଆଉ ଏକ ସର୍ତ୍ତ ରହିଛି । ଏହି ଫିଚରକୁ ଆପଣ ସେତେବେଳେ ବ୍ୟବହାର କରିପାରିବେ ଯେତେବେଳେ ଲୋକମାନଙ୍କ ପାଖକୁ ପଠାଯାଇଥିବା ମେସଜକୁ କେହି ପଢି ନଥିବେ କିମ୍ବା ଦେଖି ନଥିବେ, ସେହି ପରିସ୍ଥିତିରେ ଆପଣ ଏହାକୁ ଡିଲିଟ କରିପାରିବେ । 

 

ଏହି ଫିଚରକୁ ବ୍ୟବହାରଯୋଗୀ କରିବାକୁ ହେଲେ ଫୋନରେ ହ୍ୱାଟସଆପରେ ନୂତନ ଭରସନକୁ ଡାଉନଲୋଡ କିମ୍ବା ଆପଗ୍ରେଡ କରିବାକୁ ପଡି୍ବ । ଉଭୟ  ଗୃପ ଏବଂ ବ୍ୟକ୍ତିଗତ ଚାଟିଙ୍ଗ ପାଇଁ   “ଡିଲିଟ ଫର ଏଭ୍ରିୱାନ” ଫିଚରଟି ଲାଗୁ ରହିବ।  

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon